ଆଜି ଶପଥ ନେବେ ହିମନ୍ତ ବିଶ୍ଵଶର୍ମା

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ଆସାମରେ ହିମନ୍ତ ୨.୦ ସରକାର।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା। ଦ୍ବିତୀୟ ଥର ଆସାମର ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ। ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି।ଗୃହମନ୍ତ୍ରୀଙ୍କ ସହ ବିଜେପି ସଭାପତି ମଧ୍ୟ ଯୋଗଦେବେ। ବିଭିନ୍ନ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର ସମ୍ଭାବନା ରହିଛି। ୧ ଫେବୃଆରୀ ୧୯୬୯ରେ ଜନ୍ମିତ ହିମନ୍ତ ବିଶ୍ୱଶର୍ମା ଜଣେ ଦକ୍ଷ ଆଇନଜୀବୀ ଓ ଟାଣୁଆ ରାଜନେତା। ସେ ନିଜର ପାରମ୍ପରିକ ଆସନ ଜାଲୁକବାରୀରୁ ଏଥର ୮୦,ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୦୧ରୁ କଂଗ୍ରେସ ସହ ରାଜନୀତି ଆରମ୍ଭ କରିଥିବା ହିମନ୍ତ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ୧୦ ମେ’ ୨୦୨୧ ରେ ସେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।

Leave A Reply

Your email address will not be published.