ଓଡ଼ିଆ ନ୍ୟୁଜ୍: ରାସ୍ତା ଉପରେ ଜଳିଗଲା ହାଇୱା, ବର୍ତ୍ତିଲେ ଚାଳକ। ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଜଳିଗଲା। ପାଣିକୋଇଲି ଓଭରବ୍ରିଜ ଉପରେ ଟାୟାର ଫାଟି ନିଆଁ ଲାଗି ଯାଇଥିଲା। ଯାଜପୁର ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ।
ଆଜି ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଜିଲ୍ଲା ଅଭିମୁଖେ ଯାଉଥିଲା । ହଠାତ ପାଣିକୋଇଲି ଓଭରବ୍ରିଜ ଉପରେ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ଗାଡିଟି ହଠାତ ଜଳିବାକୁ ଲାଗିଥିଲା । ଗାଡ଼ିରେ ନିଆଁ ଲାଗିଥିବାକୁ ଦେଖି ଚାଳକ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ଯାଜପୁର ରୋଡ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ l କିଛି ସମୟ ପାଇଁ ଓଭରବ୍ରିଜ ଉପରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା । ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।