ଓଡ଼ିଆ ନ୍ୟୁଜ୍: ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍। ସପ୍ତାହରେ ୩ ଦିନ ଚାଲିବା ନେଇ ସିଏମ୍ଓ ପକ୍ଷରୁ ସୂଚନା। ପ୍ରଧାନମନ୍ତ୍ରୀ ଓ ରେଲ୍ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହି ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଛାଡ଼ିବ।କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ।ଏହାର ଯାତ୍ରାପଥରେ ମୋଟ୍ ୧୯ଟି ଷ୍ଟପେଜ୍ ରହିବ।
ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ପୁରୀକୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଆସିପାରିବେ।
ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ।
ଏହି ଟ୍ରେନରେ ୧୯ଟି ଷ୍ଟପେଜ୍ ରହିବ। ଏହି ଷ୍ଟପେଜ୍ ଗୁଡିକ ହେଲା- ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ୍, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ୍, କିକିରିଗୁମା ଓ ଦାମନଯୋଡି।