ଓଡ଼ିଆ ନ୍ୟୁଜ୍: ଓଡ଼ିଶା ସମେତ ୧୬ ରାଜ୍ୟରେ ହେବ SIR। ୩ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଜୁଲାଇ ୧ରୁ SIR। ECI ପକ୍ଷରୁ ଫେଜ୍-୩ SIR ନେଇ ବିଧିବଦ୍ଧ ନୋଟିସ୍। ୩.୯୪ ଲକ୍ଷ ବୁଥ୍ ଲେବଲ୍ ଅଫିସର ଘର ଘର ବୁଲିବେ। ସମସ୍ତ ପୋଲିଂ ବୁଥ୍ ପାଇଁ ଏଜେଣ୍ଟ ନିଯୁକ୍ତି ନେଇ ରାଜନୈତିକ ଦଳକୁ ନିର୍ଦ୍ଦେଶ।
ତେବେ ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ବାଦ ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଭୌଗଳିକ ଓ ପାଣିପାଗ ସମ୍ପର୍କିତ ସମସ୍ୟା ରହିଥିବାରୁ ପରେ ଏହିଠାରେ ଏସଆଇଆର୍ କରାଯିବ ବୋଲି ମୁଖ୍ୟ ଇଲେକ୍ସନ କମିଶନ କହିଛନ୍ତି। ଗୁରୁବାର ଏନେଇ ଇସିଆଇଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟାରେ ନିୟୋଜିତ ହେବେ। ପ୍ରାୟ ୩୬.୭୩ କୋଟି ଭୋଟରଙ୍କ ଘରେ ଘରେ ଯାଇ ଏମାନେ ଯାଞ୍ଚ କରିବେ। ଏହି ପର୍ଯ୍ୟାୟରେ ଦିଲ୍ଲୀ ମଧ୍ୟ ସାମିଲ ହେବ।
ଜାତୀୟ ଜନଗଣନା ଅଧୀନରେ ଚାଲିଥିବା ଘର ଗଣନା କାର୍ଯ୍ୟ ସହିତ ଏସଆଇଆର କାର୍ଯ୍ୟସୂଚୀକୁ ସଂଲଗ୍ନ କରାଯାଇଛି। ଫଳରେ ଦୁଇଟି କାର୍ଯ୍ୟ ଏକା ସହିତ କରାଯିବ। ଫଳରେ ଉଭୟ ପ୍ରକ୍ରିୟାରେ ପ୍ରଶାସନିକ କଳର ସୁବିନିଯୋଗ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।
ଇସିଆଇଙ୍କ ସୂଚନା ଅନୁସାରେ, ବାକି ରହିଯାଇଥିବା ଅଞ୍ଚଳଗୁଡ଼ିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପୃଥକ ଭାବରେ କାର୍ଯ୍ୟସୂଚୀ ଜାରି କରାଯିବ।। ଏଥିରେ ଜଗଣନାର ଦ୍ୱିତୀୟ ପର୍ଯ୍ୟାୟ ପୂରା ହେବା, ଉଚ୍ଚ-ପାହାଡ଼ିଆ ଓ ତୁଷାରପାତ ଅଞ୍ଚଳ ଭଳି ପାଣିପାଗ ସମ୍ବିନ୍ଧୀୟ ଚ୍ୟାଲେଞ୍ଜ ଥିବା ଅଞ୍ଚଳଗୁଡ଼ିକୁ ଧ୍ୟାନ ଦିଆଯିବ।