ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ।ପ୍ରେସମିଟ୍‌ରେ ନାଁ ଘୋଷଣା କଲା କଂଗ୍ରେସ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ। ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ।କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ପ୍ରେସମିଟରେ ନାଁ ଘୋଷଣା କରିଛି କଂଗ୍ରେସ । ଜଣେ ଦୃଢ଼ ସାଂଗଠନିକ ଉପସ୍ଥିତି ରଖୁଥିବା ନେତା ମଧ୍ୟରେ ସତୀଶନ ଜଣେ। ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ।

ଭିଡି ସତିଶନ୍ କେରଳର ପାରାଭୁରରୁ ଛଅ ଥର ବିଧାୟକ ହୋଇଛନ୍ତି। ସେ କେରଳରେ କଂଗ୍ରେସ ଦଳକୁ ପୁନର୍ଜୀବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୧୯୯୦ ଦଶକରେ ଛାତ୍ର ରାଜନୀତିରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ କେରଳ ଛାତ୍ର ସଂଘ ଏବଂ ଯୁବ କଂଗ୍ରେସର ସଦସ୍ୟ ଥିଲେ। ସଂଗଠନ ମଧ୍ୟରେ ସତିଶନଙ୍କର ଏକ ଦୃଢ଼ ପତିଆରା ରହିଛି। ସେ ଜଣେ ଶକ୍ତିଶାଳୀ ବକ୍ତା ମଧ୍ୟ। ସେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.