ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ SIR। ପ୍ରେସମିଟ୍ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା।’ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ’ ୨୦ରୁ ୨୯ ଯାଏଁ ଚାଲିବ’। ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି। ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର। ଏସ୍ଆଇଆର ଶେଷ ହେବା ବେଳେ ୪୫,୨୫୫ ବୁଥ୍ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି-CEO। ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫,୨୫୫ ବୁଥ୍ ହେବ । ପ୍ରତି ବୁଥ୍ରେ ୧୨୦୦ ଭୋଟର ରହିବେ । ବର୍ତ୍ତମାନ ସୁଦ୍ଧା ବୁଥ୍ ସ୍ତରୀୟ ଏଜେଣ୍ଟ ୨୭,୭୨୩ ଥିବା ବେଳେ ୩୮,୧୨୩ ଜଣ ବିଏଲଓଙ୍କୁ ନିଯୁକ୍ତି ଦିଆଯାଇଛି ।ନୂଆ ଭୋଟର ଆଡ୍ ପାଇଁ ବ୍ଲାକ୍ ୬ ଫର୍ମ ଅଛି । ଘର ଘର ବୁଲି ଏହି ସର୍ଭେ ହେବାକୁ ଥିବାବେଳେ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡିଛନ୍ତି । ଯେଉଁମାନେ ଭାରତୀୟ ନାଗରିକ ନାହାନ୍ତି ସେମାନଙ୍କୁ ବାହାର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।