ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ। ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି କହିଲେ ମନ୍ତ୍ରୀ। ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ। ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଷ୍ଟକ୍‌ ଓଡ଼ିଶାରେ ଅଛି କହିଲେ ମନ୍ତ୍ରୀ।

ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ନେଇ କୌଣସି କଟକଣା କରାଯାଇନାହିଁ । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ ରଖି କିଛି ଟାଙ୍କିରେ କିଛି ନିୟମ କରିଛନ୍ତି । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ । କହିଛନ୍ତି , କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ ଦିନରେ ୩୦ ପ୍ରତିଶତ ପେଟ୍ରୋଲ, ଡିଜେଲ ବିକ୍ରି ବଢି ଯାଇଥିବା କହିଛନ୍ତି କମଲ ସିଲ୍ ।

Leave A Reply

Your email address will not be published.