ଓଡ଼ିଆ ନ୍ୟୁଜ୍: କଟକ ମାଛୁଆବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ। କମ୍ପ୍ୟୁଟର ସହ ବହୁ ରେକର୍ଡ ପତ୍ର ଜଳିପୋଡ଼ି ପାଉଁଶ। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ।
ଖବର ଅନୁଯାୟୀ, ରାତି ୧୨ଟା ୧୫ମିନିଟ ସମୟରେ ନିଆଁ ଲାଗିଥିବା ବେଳେ ଆୟତ କରିଛି ଅଗ୍ନିଶମବାହିନୀ। ଅଗ୍ନିକାଣ୍ଡରେ ଵ୍ୟାପକ କ୍ଷୟକ୍ଷତି ହୋଇଛି । ସିଲିଂ ଫ୍ୟାନ ଅଧିକ ସମୟ ଧରି ଚାଲିଵାରୁ ଫ୍ୟାନ୍ ଟି ପୋଡିଯାଇଥିଲା। ଜଳନ୍ତା ଫ୍ୟାନରୁ ନିଆଁ ଅଫିସ୍ କାଗଜପତ୍ର ଉପରେ ପଡିବାରୁ ସାରା ଅଫିସରେ ନିଆଁ ଲାଗିଯାଇଥିଲା।ତେବେ ଠିକଣା ସମୟରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ତଳ ମହଲାରେ ଥିବା ରେକର୍ଡ ପତ୍ର ସହ କିଛି କଂପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।