ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

0

ଓଡ଼ିଆ ନ୍ୟୁଜ୍: ଉଦଳା ୫ ନମ୍ୱର ୱାର୍ଡ ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼। ଗତ ଏପ୍ରିଲ ମାସର ମାଡ଼ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍। ୨ ଜଣଙ୍କୁ ୩ରୁ ଅଧିକ ଯୁବକ ନିସ୍ତୁକ ମାଡ଼ ମାରୁଥିବା ସ୍ପଷ୍ଟ। ନିମ୍ନମାନର କାମ ନେଇ ମୁହଁ ଖୋଲିବାରୁ ଆକ୍ରମଣ ଅଭିଯୋଗ।

ପୋଲିସକୁ ନାହିଁ ଭୟ । ବାଲିଅନ୍ତା, ବ୍ରହ୍ମପୁର ପରେ ଏବେ ଉଦଳାରେ ସମାନ ଘଟଣା । ରାସ୍ତା ପାଲଟିଲା ରେସଲିଂ ରିଙ୍ଗ । ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ ହୋଇଛି । ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାଗିରି । ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରିର ଭିଡିଓ ସାମ୍ନାକୁ ଆସିଛି । ସଂଘବଦ୍ଧ ଭାବେ ଆସିଲେ ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାରିଲେ । ଯିଏ ଯେମିତି ପାରିଲା ବାଡେଇ ଚାଲିଲା । ମୁଥ, ଚାପୁଡ଼ା ଠାରୁ ଆରମ୍ଭ କରି ୩ ରୁ ଅଧିକ ଯୁବକ ଗୋଡ଼ାଇ ଗୋଡ଼ାଇ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଡ଼ ମାରୁଥିବା ଦେଖାଯାଇଛି ।

ଏପରିକି ମାଡ଼ ମାରି ଯୁବକଙ୍କୁ ରକ୍ତାକ୍ତ ମଧ୍ୟ କରି ଦେଇଛନ୍ତି । ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ମାରିବା ଏବଂ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ ।

Leave A Reply

Your email address will not be published.