ଓଡ଼ିଆ ନ୍ୟୁଜ୍: ଯାଜପୁର ପାଣିକୋଇଲି ଛକରେ ଗ୍ୟାରେଜ୍ରେ କର୍ମଚାରୀଙ୍କୁ ଛୁରାମାଡ଼। ଗ୍ୟାରେଜ୍ ଭିତରେ କୌଣସି କାରଣରୁ ଗଣ୍ଡଗୋଳ ପରେ ଛୁରାମାଡ଼। ବାମ ପାର୍ଶ୍ୱ କାନ୍ଧରେ ପଶିରହିଛି ଛୁରୀ; ମେଡିକାଲରେ ଭର୍ତ୍ତି।
ସୂଚନା ମୁତାବକ ପାଣିକୋଇଲି ଛକ ନିକଟରେ ଥିବା ଏକ ଗାଡ଼ି ପାର୍ଟସ୍ ଦୋକାନରେ କାର୍ଯ୍ୟ କରୁଥିବା ୨ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗତକାଲି ରାତିରେ ବଚସା ଆରମ୍ଭ ହୋଇଥିଲା । ତେବେ ଆଜି ଜଣେ ଯୁବକ ଉତକ୍ଷିପ୍ତ ହୋଇ ଅନ୍ୟ ଜଣଙ୍କୁ ଛୁରାମାଡ କରିଥିଲେ। ଏହି ଛୁରାମାଡ ରେ ଜଳଧର ବାରିକ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ପରେ କଟକ ସ୍ଥାନାନ୍ତର । ସେପଟେ ଛୁରାମାଡ କରିଥିବା ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।