ପ୍ରକାଶ ପାଇଲା OAS ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା OAS ରେଜଲ୍ଟ। OPSC ପରିଚାଳିତ OCS-2024 ରେଜଲ୍ଟ ପ୍ରକାଶିତ। ମୋଟ୍‌ ୨ ଶହ କୃତକାର୍ଯ୍ୟ, ମହିଳା ବର୍ଗରୁ ୭୮। ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ। ୩- ଜିତମିତ୍ର ସାହୁ, ୪- କନକ ଜୈନ, ୫- ସଂଗ୍ରାମ ପ୍ରଧାନ। ୬- ଅମନ ଗୋୟଲ, ୭- ଶାନ୍ତନୁ କୁମାର ଶତପଥୀ। ୮- ନିତେଶ କୁମାର ବାରିକ, ୯- ଶୀତଲ ପାତ୍ର, ୧୦- ଈତିଶ୍ରୀ ଜେନା। ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ। ପ୍ରିଲିମ୍‌ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ। ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ। ଫଳରେ UPSC ସିଭିଲ୍‌ ଦେଉଥିବା ପିଲାଙ୍କ ସମସ୍ୟା ରହିବନି।

ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁଅ ଥିବା ବେଳେ ୪ ଜଣ ଝିଅ ଅଛନ୍ତି । ବୁବୁନ ସାହୁ ଓସିଏସ୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୋଭନା ମହାନ୍ତି, ତୃତୀୟରେ ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଞ୍ଚମରେ ସଂଗ୍ରାମ ପ୍ରଧାନ ଅଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ଅମନ ଗୋୟଲ, ସପ୍ତମ ସ୍ଥାନରେ ସନ୍ତନୁ କୁମାର ଶତପଥୀ, ଅଷ୍ଟମ ସ୍ଥାନରେ ନୀତେଶ କୁମାର ବାରିକ, ନବମ ସ୍ଥାନରେ ଶୀତଲ ପାତ୍ର ଏବଂ ଦଶମ ସ୍ଥାନରେ ଇତିଶ୍ରୀ ଜେନା ଅଛନ୍ତି ।

ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜ୍ଞାପନ ସଂଖ୍ୟା ୦୭/୨୦୨୪-୨୫ ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୦ରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ମେ’ ୧୪ରୁ ମେ’ ୨୦ ଯାଏଁ ଇଣ୍ଟରଭ୍ୟୁ ପର୍ଯ୍ୟାୟ ହୋଇଥିଲା । ମୋଟ ସୁପାରିଶ କରାଯାଇଥିବା ୨୦୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ମହିଳା ରହିଛନ୍ତି । ବିଜ୍ଞାପିତ ପଦବୀ ତୁଳନାରେ ଚଳିତ ବର୍ଷ ମହିଳାମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.