ବିଜୁ ଜନତା ଦଳରେ ଅଣନିଶ୍ୱାସୀ ହୋଇ ପଡିଥିଲି: ଦେବାଶିଷ ସାମନ୍ତରାୟ

0

ଓଡ଼ିଆ ନ୍ୟୁଜ୍: ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରେସମିଟ୍। ବିଜେଡିକୁ ଟାର୍ଗେଟ କଲେ ଦେବାଶିଷ। କହିଲେ ବିଜୁ ଜନତା ଦଳରେ ଅଣନିଶ୍ୱାସୀ ହୋଇ ପଡିଥିଲି।ନବୀନ ନିବାସକୁ ମୋତେ ଛାଡିଲେନି। ନିଜ ଦଳକୁ ଫେରିବା ଭଳି ଲାଗୁଛି: ଦେବାଶିଷ। ନବୀନ ବାବୁ କହିଥିଲେ ପାଣ୍ଡିଆନ୍‌ ମୋ ଉତ୍ତରାଧିକାରୀ ନୁହେଁ। ପାଣ୍ଡିଆନ୍‌ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡୁନାହିଁ। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍।

ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ: ଦେବାଶିଷ।ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି।ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି।

ପ୍ରେସମିଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ମୋ ଘରକୁ ଫେରିଵା ଭଳି ଅନୁଭବ କରୁଛି । ‘କାରଣ ମୁଁ ଏନଡିଏ ସହ ମୋ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । ମୋତେ ନବୀନ ବାବୁଙ୍କୁ ଦେଖାଇ ନଦେଵାରୁ ମୁଁ ଦଳ ଛାଡିଲା । ବିଜୁ ବାବୁଙ୍କ ସଂପତ୍ତି ହାତେଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ବିଜେଡିର ଏବେ ମା-ବାପା ନଥିବା ଭଳି । ବିଜେଡିର କିନ୍ତୁ ଦୁର୍ନୀତି ନଥିଲା । ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର । କଟକର ବିଜେଡି ସଂଗଠନ ମୋ ସହ ଆସି ସାରିଲେଣି । ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି ।

Leave A Reply

Your email address will not be published.