ଥାନା ପରିସରରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

0

ଓଡ଼ିଆ ନ୍ୟୁଜ୍: ବାରିପଦା ଟାଉନ୍‌ ଥାନା ପରିସରରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଲୁଲୁଙ୍ଗ ବୁଲି ଯାଇଥିବା କିଛି ଯୁବକଙ୍କ ଗାଡିକୁ ପୋଡା ଅସ୍ତିଆରେ ଆକ୍ରମଣ। ଜୀବନ ବଞ୍ଚାଇବାକୁ ଥାନା ମଧ୍ୟରେ ପଶିଥିଲେ ମଧ୍ୟ ଆକ୍ରମଣ। ପୋଲିସ ଥାନା ପରିସରରେ କାର ଭଙ୍ଗାରୁଜା ସହ ଯୁବକଙ୍କୁ ଆକ୍ରମଣ। ଆକ୍ରମଣକାରୀ ଯୁବକଙ୍କୁ ଅଟକ ରଖି ଟାଉନ ଥାନା ପୋଲିସର ତଦନ୍ତ।

ସୂଚନାନୁସାରେ, ବାରିପଦାରୁ କିଛି ଯୁବକ ଲୁଲୁଙ୍ଗ ଆଡ଼କୁ ବୁଲି ଯାଇ ଫେରୁଥିବା ବେଳେ ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପୋଡ଼ା ଅସ୍ତିଆ ନିକଟରେ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ତିନି ଚାରି ବାଇକ୍ ରେ ପିଛା କରି ଗୋଡ଼ାଇ ଥିଲେ। ବାଇକରେ ଥିବା ଯୁବକମାନେ କାର୍‌କୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ। କାର୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ଟିକୁ ଭାଙ୍ଗି ଦେଇଥିଲେ।

କାର୍‌ରେ ଥିବା ଯୁବ ମାନେ ଜୀବନ ବିକଳରେ କାର ଧରି ଟାଉନ ଥାନା ଭିତରକୁ ପଶି ଯାଇଥିଲେ। ଉକ୍ତ ଯୁବକମାନେ ପୁଣି ସେମାନଙ୍କୁ ପିଛା କରି ସିଧା ଥାନା ଭିତରକୁ ଧସେଇ ପଶି କାର ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କାର ଚଲକ୍ ଓ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିବା କିଛି ଯୁବକଙ୍କୁ ପୁଲିସ ଅଟକ ରଖିଛି।

Leave A Reply

Your email address will not be published.