୫୦ କୋଟିର ଠକେଇ, ପୋଷ୍ଟମାଷ୍ଟର ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍: ୫୦ କୋଟିର ଠକେଇ ଅଭିଯୋଗରେ ପୋଷ୍ଟମାଷ୍ଟର ନିଲମ୍ବିତ। ଝରିଗାଁ ସବ୍‌ ପୋଷ୍ଟ ଅଫିସର ତତ୍କାଳୀନ ସବ୍‌ ପୋଷ୍ଟମାଷ୍ଟର ନିଲମ୍ବିତ। ସବ୍‌ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବନ କଲେ ଡାକ ଅଧୀକ୍ଷକ।ଭିବି-ଜି ରାମଜି (ପୂର୍ବର ମନରେଗା) ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଟଙ୍କାଙ୍କୁ ନବରଙ୍ଗପୁର ଜିଲ୍ଲାର ଝରିଗାଁ, ଡାବୁଗାଁ ଓ କୋଡିଙ୍ଗା ପୋଷ୍ଟ ଅଫିସରେ ଏସ୍‌ବି ନିଷ୍କ୍ରିୟ ଆକାଉଣ୍ଟରେ ଅନିମିୟତତା ହୋଇଛି। ଏହି ଅନିୟମିତତାରେ ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୫୦ କୋଟି ଟଙ୍କାର ହଡ଼ପ ହୋଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ। ଆଜି କୋରାପୁଟ ଡିଭିଜନ ବରିଷ୍ଠ ଅଧୀକ୍ଷକ ସତ୍ୟବାଦୀ ବିଶ୍ବାଳ ଝରିଗାଁ ସବ୍‌- ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଳମ୍ବନ କରିଛନ୍ତି।

ଏହି ଘଟଣା ପରେ ପୂର୍ବତନ ସାଂସଦ ଶ୍ରୀମାଝି ପ୍ରତିକ୍ରିୟା ରଖି କହିଛନ୍ତି, ଜିଲ୍ଲାରେ ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଡାବୁଗାଁ ଓ କୋଡିଙ୍ଗା ସବ ପୋଷ୍ଟମାଷ୍ଟରଙ୍କ ଉପ‌ରେ ଆଇନଗତ ପଦକ୍ଷେପ କେବେ ନିଆଯିବ।

ସୂଚନା ଯୋଗ୍ୟ,କେନ୍ଦ୍ର ଓ ରାଜ୍ୟ ସରକାର ଭିବି-ଜି ରାମଜି ସହ ୩୦୦ରୁ ଅଧିକ ଯୋଜନାରେ ସାମିଲ ହିତାଧିକାରୀଙ୍କ ଜମାଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ମଜୁରୀ, ଭତ୍ତା ଆଦି ଦେବା ବ୍ୟବସ୍ଥା ରହିଛି। ବିଭିନ୍ନ ଗ୍ରାମାଞ୍ଚଳ ପୋଷ୍ଟଅଫିସରେ ପ୍ରାୟ ୨୫ ହଜାର ହିତାଧିକାରୀଙ୍କ ଜମା ଖାତା ଖୋଲାଯାଇଛି। ତେବେ କିଛି ହିତାଧିକାରୀଙ୍କ ଜମାଖାତାରେ କିଛି ଟଙ୍କା ଖାତାରେ ରହିବା ଜରୁରୀ ବୋଲି ପୋଷ୍ଟଅଫିସ ପକ୍ଷରୁ କୁହାଯାଇଛି। କେତେକ ସ୍ଥାନରେ ଜବ୍‌କାର୍ଡଧାରୀଙ୍କ ବଦଳରେ ଅନ୍ୟମାନେ ଟଙ୍କା ଉଠାଇଛନ୍ତି । ହିତାଧିକାରୀ ଚିହ୍ନଟ କରିବାକୁ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ରହୁଛନ୍ତି। ଅଧିକାଂଶ ହିତାଧିକାରୀ ଫିଙ୍ଗରପ୍ରିଣ୍ଟ ଦେଇଥିବାରୁ ଏହାର ସୁଯୋଗ ନିଆଯାଉଛି।

 

Leave A Reply

Your email address will not be published.