ଓଡ଼ିଆ ନ୍ୟୁଜ୍: ଆଜିଠାରୁ ରାଜ୍ୟରେ SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।
ତେବେ ପ୍ରକାଶିତ ତାଲିକାରେ ଯଦି କୌଣସି ତ୍ରୁଟି ଥିବ, ତେବେ ସେ ବାବଦରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ବିଏଲଓମାନେ ଭୋଟର୍ ଙ୍କ ଘରକୁ ଯାଇ ପ୍ରତ୍ୟେକ ଭୋଟରଙ୍କ ପାଇଁ ଦୁଇଟି ଫର୍ମ ଦେବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ । ବିଏଲ୍ ଓମାନେ ଘର ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ। ମେ ୨୯ ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲ୍ ଓମାନଙ୍କର ତାଲିମ ସରିଛି।