ଓଡ଼ିଆ ନ୍ୟୁଜ୍: ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ତିନି ଦେଶରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନର ଘନଘନ ଆକ୍ରମଣ । ମିସାଇଲ୍ ମାଡ଼ ଓ ଡ୍ରୋନ୍ ଆକ୍ରମଣରେ ଥରହର ହେଲା ଆମେରିକା ଏୟାରବେସ୍ । କୁଏତ, ଇରାକ ଓ ବାହାରିନରେ ଥିବା ଆମେରିକା ସୈନ୍ୟ ଆଡ୍ଡାକୁ ଟାର୍ଗେଟ୍ କରି ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ଇରାନ ସେନା । କୁଏତରେ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।ଆକ୍ରମଣ ପରେ କୁଏତ ସେନା ପକ୍ଷରୁ ବୟାନ ଜାରି ହୋଇଛି। କୁଏତ୍ ସେନା ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, ଶତ୍ରୁର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ପ୍ରତିହତ କରିବାକୁ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେନା ପକ୍ଷରୁ କୁହାଯାଇଛି, ବିସ୍ଫୋରଣର କାରଣ ହେଉଛି ଏକ ଇଣ୍ଟରସେପ୍ଟର ଅପରେସନ୍ । ସେପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡୋ ଇରାନର ଦାବିକୁ ଖଣ୍ଡନ କରିଛି।
ଆମେରିକା ସେଣ୍ଟ୍ରାଲ କମାଣ୍ଡର ବୟାନ ଅନୁସାରେ, ଇରାନ ନିଜର ପଡୋଶୀ ଦେଶକୁ ଟାର୍ଗେଟ୍ କରି ଅନେକ ମିସାଇଲ ଆକ୍ରମଣ କରିଛି । ତେବେ ଇରାନର ଏହି ଆକ୍ରମଣକୁ ଆମେରିକା ଫେଲ୍ କରିଦେଇଛି । ଅନେକ ମିସାଇଲ ଟାର୍ଗେଟ୍ କୁ ଭେଦ କରିବାରେ ବିଫଳ ହୋଇଛନ୍ତି ।
ଆହୁରି ମଧ୍ୟ ଦାବି ହୋଇଛି ଯେ, କୁଏତ ଉପରେ ଆକ୍ରମଣ କରାଯାଇଥିବା ମିସାଇଲକୁ ଇଣ୍ଟରସେପ୍ଟ୍ କରାଯାଇଛି । ଫଳରେ ଏହା ଲକ୍ଷ୍ୟ ଭେଦ କରିନାହିଁ । ସେହିପରି ତେହେରାନ ଉପରେ ଇରାନ ପକ୍ଷରୁ ତିନୋଟି ମିସାଇଲ ଆକ୍ରମଣ କରାଯାଇଥିଲା । ଯାହାକୁ ଆମେରିକା ଏବଂ ବାହାରିନର ଏୟାର ଡିଫେନ୍ସ୍ ସିଷ୍ଟମ ଆକାମୀ କରିଦେଇଛନ୍ତି ।