ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ମାଲଭିୟା ନଗରର ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୦ ମୃତ। ମାଲଭିୟ ନଗରର ୫ ମହଲା ବିଶିଷ୍ଟ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ପରେ କିଛି ଲୋକ ତଳକୁ ଡେଇଁ ପଡ଼ି ଆହତ। ଉଦ୍ଧାର କାର୍ଯ୍ୟ ଜାରି; ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ। ରେଷ୍ଟୁରାଣ୍ଟରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ୍ ଥିଲା। ପ୍ରାୟ ୪୦ ଜଣ ଏହି ଲଜ୍ରେ ରହୁଥିବା ପ୍ରାଥମିକ ସୂଚନା। ଅନେକ ଗୁରୁତର ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ।
ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ ସକାଳ 8:50 ରେ ଅଗ୍ନିକାଣ୍ଡର ଖବର ମିଳିଥିଲା। ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଦଳ ବେସମେଣ୍ଟରେ ଫସି ରହିଥିବା ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ନେହେରୁ ପ୍ଲେସ୍ ଫାୟାର ଷ୍ଟେସନର ଡିଭିଜନାଲ୍ ଅଫିସର (DO) ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବ୍ୟକ୍ତିଗତ ଭାବରେ କାର୍ଯ୍ୟ ତଦାରଖ କରୁଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ଅତି କମରେ ତିନି ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ନିଆଁରେ ଫସିଯିବା ପରେ ୨୦ ଜଣ ପୋଡ଼ି ଯାଇଛନ୍ତି। ରେଷ୍ଟୁରାଣ୍ଟରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ୍ ଥିଲା। ଅଗ୍ନିକାଣ୍ଡ ବେଳେ ପାଖାପାଖି ୪୦ ଜଣ ଏହି ଲଜରେ ଥିଲେ। କିଛି ବିଦେଶୀ ନାଗରିକ ରହିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।