କାଠଯୋଡ଼ିରେ ଭାସୁଛି ମହିଳାଙ୍କ ମୃତଦେହ

0

ଓଡ଼ିଆ ନ୍ୟୁଜ୍: କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ବ୍ରିଜ ନିକଟରେ ପଡି ରହିଛି ମହିଳାଙ୍କ ବ୍ୟାଗ ଓ ଚପଲ। ମହିଳାଙ୍କ ପରିଚୟ ମିଳିନି,ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ତେବେ ଯୁବତୀ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଛି କାରଣ ଅସ୍ପଷ୍ଟ ରହିଛି । ତେବେ ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଜବତ କରି କଟକ ବଡ଼ମେଡ଼ିକାଲ ପଠାଇଛନ୍ତି । ଯୁବତୀ ଜଣଙ୍କର କେମିତି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢ଼ିଛି । ସକାଳୁ ମର୍ଣିଂ ୱାକ କରୁଥିବା ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତ ଯୁବତୀଙ୍କ ବ୍ୟାଗରୁ ମିଳିଥିବା ଡକ୍ଟର ପ୍ରେସକିପସନରୁ ଯୁବତୀଙ୍କ ପରିଚୟ ମିଳିଛି । ବ୍ୟାଗରୁ ପୋଲିସକୁ ମୋବାଇଲ ମଧ୍ୟ ମିଳିଛି ।

Leave A Reply

Your email address will not be published.