ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ଶ୍ରୀକାନ୍ତ ଦାସଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ରେଡ୍।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଭଦ୍ରକକୁ ଆସି ଜଗି ରହିଥିଲା। ଆଜି ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀକାନ୍ତ ଦାସଙ୍କ ଅଫିସ ଓ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଉଛି।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା କେନ୍ଦୁଝରରେ । ୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଥିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନ କିଣା ପାଇଁ ମାଗୁଥିଲେ ଲାଞ୍ଚ । ଜଣେ ସ୍ଥାନୀୟ ଲ୍ୟାମ୍ପ ଇନଚାର୍ଜଙ୍କ ଠାରୁ ଧାନ କିଣା ନେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

Leave A Reply

Your email address will not be published.