NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି

0

ଓଡ଼ିଆ ନ୍ୟୁଜ୍: ଜୁନ୍‌ ୨୧ NEET-UG ୨୦୨୬ ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ। କେଉଁ ସହରରେ ପରୀକ୍ଷା ଦେବେ ୱେବସାଇଟ୍‌ରେ ସୂଚନା ଦେଲା NTA। ଆପ୍ଲିକେସନ୍‌ ନଂ ଓ ପାସୱାର୍ଡ ଦେଇ ସୂଚନା ସଂଗ୍ରହ ପାଇଁ ପରାମର୍ଶ।neet.nta.nic.in ସାଇଟ୍‌ ଯାଇ ଚେକ୍‌ କରିବାକୁ ପରାମର୍ଶ।ପ୍ରଥମ NEET-UG ବାତିଲ୍‌ ପରେ ଦ୍ବିତୀୟ ପାଇଁ ଚାଲିଛି ପ୍ରସ୍ତୁତି।

ଏନଟିଏ ଜାରି କରିଥିବା ସୂଚନା ଅନୁସାରେ, ୨୧ ଜୁନରେ ହେବାକୁ ଥିବା ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ହେବ । ଭାରତର ୫୫୧ ସହର ଏବଂ ଅନ୍ୟ ଦେଶରେ ୧୪ଟି ସହରରେ ପେନ୍-ଆଣ୍ଡ-ପେପର ମୋଡରେ ଆୟୋଜିତ ହେବ । ଏହା କେବଳ ପରୀକ୍ଷା ସେଣ୍ଟର ଆଡମିଟ୍ କାର୍ଡ ନୁହେଁ ବୋଲି ଏନଟିଏ ସ୍ପଷ୍ଟ କରିଛି ।

ଗତ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ପରେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ NTA ଏହି ପରୀକ୍ଷାକୁ ବାତିଲ କରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିଥିଲେ ଓ ମେ’ ୩ ପରୀକ୍ଷା ପାଇଁ ଯୋଗ୍ୟ ଥିଲେ, ସେମାନେ ଏହି ପୁନଃ ପରୀକ୍ଷାରେ ଭାଗ ନେଇପାରିବେ ।

Leave A Reply

Your email address will not be published.