ଓଡ଼ିଆ ନ୍ୟୁଜ୍: ମାଡ଼ି ଆସିଲା କାଳବୈଶାଖୀ। ରାଜଧାନୀରେ ପ୍ରବଳ ବର୍ଷା। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ।ଆକାଶରେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘଡ଼ଘଡ଼ି ବିଜୁଳି ସହ ବଦଳିଗଲା ପାଗ। ବର୍ଷା ସାଙ୍ଗକୁ ପବନ। ରାଜଧାନୀ ବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି। ଦିନସାରା ଅସହ୍ୟ ଗରମରେ ଲୋକେ ହେଉଥିବା ବେଳେ ଏବେ ଘଡ଼ଘଡ଼ି ସହ ବର୍ଷା ଗରମରୁ ତ୍ରାହି ଦେଇଛି।
ଏପଟେ ମୌସୁମୀ ବାୟୁ ଆଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ରଜ ବେକକୁ ରାଜ୍ୟ ରେ ମୌସୁମୀ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ଜୁନ ୧୪ରୁ ୧୭ ମଧ୍ୟ ରେ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରାଯାଇଛି । ଯଦିଓ ଏହି ବର୍ଷା ଲଗାତାର ଭାବେ ରହିବ ନାହିଁ । ବର୍ଷା ହେବ ଛାଡିବ , କୋହଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ମାନେ ।ସେହିପରି ଆସନ୍ତା ୨ ରୁ ୩ ଦିନ ମଧ୍ୟ ରେ ରାଜ୍ୟର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ଏପଟେ ପ୍ରତିଦିନ ଅପରାହ୍ନରେ କାଳବୈଶାଖୀ ବର୍ଷା କୁ ନେଇ ମଧ୍ୟ ପୂର୍ବାନୁମାନ ରହିଛି ଓଡିଶା ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ।