ନିଶାଡ଼ି ପୁଅ ପାଇଁ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍:  ଦିନକୁ ଦିନ ରାଜ୍ୟରେ ନିଶାଡ଼ିଙ୍କ ଉତ୍ପାଦ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ ମୃତଦେହ ଜବତ କରିଛି।
ମୃତ ଦମ୍ପତି ହେଲେ ସେନାପତି ବଗିଚା ଅଞ୍ଚଳରେ ରହୁଥିବା ଅନାମ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସଂଗୀତା। ଦୁଇଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହକୁ ଘର ମଧ୍ୟରୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ନିଶାଖୋର ପୁଅ ପାଇଁ ଅତିଷ୍ଠ ହୋଇ ଉଭୟ ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.