ଓଡ଼ିଆ ନ୍ୟୁଜ୍: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ସାମାନ୍ୟ ଫାଟ ଦେଖାଦେଇଛି।
ବିଶେଷ କରି ତିନି ରଥର କଣଗୁଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚାରିନାହାକରେ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ରଥ ନିର୍ମାଣ ସମୟରେ କାଠଗୁଡ଼ିକ ଅତ୍ୟଧିକ ଖରା ସଂସ୍ପର୍ଶରେ ଆସି ଶୁଖିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରଥ ସେବକମାନେ ପ୍ରକାଶ କରିଛନ୍ତି।