ଓଡ଼ିଆ ନ୍ୟୁଜ୍: ଓଡ଼ିଶା ପୁଲିସ୍ର ୧୪ତମ MAMSG ବୈଠକରେ ‘ସମୁଦ୍ର ଆମପାଇଁ ସୀମା ନୁହେଁ ଆମ ପାଇଁ ନିବେଶର ପ୍ରବେଶ ପଥ। ବନ୍ଦର, ମତ୍ସ୍ୟ, ଗବେଷଣା, ବ୍ଲୁ ଇକୋନୋମି ଆମ ପାଇଁ ସମ୍ପତ୍ତି। କହିଛନ୍ତି’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ଓଡ଼ିଶାରେ ୫୭୫ ବେଳାଭୂମି ରହିଛି, ତା’ର ସୁରକ୍ଷା ଆମର ଦାୟିତ୍ୱ। ରାଜ୍ୟ ଭିତରେ ସମନ୍ୱୟ ରକ୍ଷାକରି ଆଗକୁ ବଢ଼ିବାର ରାସ୍ତା ଦେଖାଇଛି। ଭାରତ ସମୁଦ୍ର ରାଷ୍ଟ୍ର ଭାବେ ଆଗକୁ ବଢୁଛି। ଅତୀତରେ ଆମ ସାଧବପୁଅ ମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲା। ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ତାହା କିପରି ଆଗକୁ ବଢ଼ିବ, ତା’ ଉପରେ ଚାଲିଛି କାମ।
ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି। ଏଥିରେ ୫୦ହଜାର କୋଟି ବିନିଯୋଗ କରାଯିବ। ଯେଉଁଥିରେ ଡିପ୍-ସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ ଏଆଇକୁ ଅନ୍ତର୍ଭୁକ୍ତ କରାଯାଉଛି। ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ଡିଭାଇସ୍ ବା ପାଇଁ ଅଧିକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।