ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା

0

ଓଡ଼ିଆ ନ୍ୟୁଜ୍: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା। ଗ୍ରାମର ରାଜକନିକା ଯଶୀପୁର ଅଞ୍ଚଳର ସସ୍ମିତା ପରିଡ଼ା ନିଜ ବାପଘର ବାସୁଦେବପୁର ପୌରାଞ୍ଚଳର ଭୈରବପୁରରେ ରାମଚନ୍ଦ୍ର ବାରିକଙ୍କ ଘରେ ଦୀର୍ଘଦିନ ଧରି ଝିଅକୁ ନେଇ ସ୍ବାମୀ ମରିଯିବା ପରେ ରହି ଆସୁଥିଲେ। ବୁଧବାର ଅପରାହ୍ନରେ ଲୁଗା ଶୁଖାଇବା ପାଇଁ ପଡ଼ୋଶୀ କକା ପ୍ରହ୍ଲଲାଦ ବାରିକଙ୍କ ଶହ ତାଙ୍କର ଝଗଡ଼ା ହୋଇଥିଲା। ଝଗଡ଼ାରେ ପ୍ରହଲ୍ଲାଦ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସସ୍ମିତା ମୁଣ୍ଡଙ୍କୁ ପିଟି ଦେଇଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତକଙ୍କ ଝିଅ ପ୍ରିୟଙ୍କା ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ପୁତୁରା ନାରାୟଣ ପ୍ରସାଦ ବାରିକ ଏକ ଗଣମାଧ୍ୟମର ପ୍ରତିନିଧି ହୋଇ ଥିବାବେଳେ ଘଟଣାକୁ ଚପାଇବା ପାଇଁ ଚାପ ପକାଇ ଥିବାର ଅଭିଯୋଗ ଆସଛି। ମାଡ଼ପିଟ୍‌ର ଭିଜୁଆଲ ସାମାଜିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave A Reply

Your email address will not be published.