ଓଡ଼ିଶାରେ ସୁଦୃଢ଼ ହେବ କେନ୍ଦୁପତ୍ର କାର୍ଯ୍ୟକଳାପ, ପ୍ରଶିକ୍ଷଣ ଓ ନିଯୁକ୍ତି

0

ଓଡ଼ିଆ ନ୍ୟୁଜ୍: ବୁଧବାର ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନର ଷଷ୍ଠ ମହଲା ସମ୍ମିଳନୀ କକ୍ଷରେ ‘ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ଅଧ୍ୟକ୍ଷତା କରିଥିଲେ। ଚିନ୍ତନ ଶିବିରରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦୁପତ୍ର ଶାଖାର ସମସ୍ତ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ ଓ ରେଞ୍ଜ ଅଫିସରମାନେ ଉପସ୍ଥିତ ଥିଲେ। ଏହି ଅବସରରେ, କେନ୍ଦୁପତ୍ର କାର୍ଯ୍ୟକଲାପର ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ୧୮ ଜଣ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏହା ସହ ଓଡ଼ିଶାରେ କେନ୍ଦୁପତ୍ର କାର୍ଯ୍ୟକଳାପର ସଫଳତା ଓ ଏହାର ସାମାଜିକ-ଆର୍ଥିକ ପ୍ରଭାବ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।

ନିଜ ଅଭିଭାଷଣରେ ଶ୍ରୀ ଶର୍ମା କହିଥିଲେ ଯେ, ଆଗାମୀ ଦିନରେ ବିଭିନ୍ନ ପ୍ରକଳ୍ପକୁ ଆମନ୍ତ୍ରଣ କରି ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରା ଯିବ। କେନ୍ଦୁପତ୍ର କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ।

କେନ୍ଦୁପତ୍ର ପରିଚାଳନାରେ ନବୀନ ପଦକ୍ଷେପ ସମ୍ପର୍କିତ ଅନୁଭୂତି ବିନିମୟ ଅଧିବେଶନରେ ବଲାଙ୍ଗୀର (କେ.ଏଲ୍.) ବିଭାଗର ସହକାରୀ ବନ ସଂରକ୍ଷକ ଏବଂ ବୌଦ୍ଧ (କେ.ଏଲ୍.), ଭବାନୀପାଟଣା (କେ.ଏଲ୍.) ଓ ରାଉରକେଲା (କେ.ଏଲ୍.) ଡିଭିଜନର ବନଖଣ୍ଡ ଅଧିକାରୀମାନେ ନିଜ ନିଜ ବିଭାଗରେ ଗ୍ରହଣ କରାଯାଇଥିବା ସଫଳ ହସ୍ତକ୍ଷେପ, ଉତ୍ତମ ପଦ୍ଧତି ଓ ନବୀନ ଉଦ୍ୟମ ସମ୍ପର୍କରେ ଉପସ୍ଥାପନା କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡ଼ିଶା, ଡ କେ ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଉମା ନନ୍ଦୁରୀ ଯୋଗଦେଇଥିଲେ।

Leave A Reply

Your email address will not be published.