ଓଡ଼ିଆ ନ୍ୟୁଜ୍: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଲଞ୍ଚ। ବାଲୁଗାଁ ଠାରୁ କୃଷ୍ଣପ୍ରସାଦ ଗଡ଼ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ଲଞ୍ଚ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଧ୍ୟରେ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ୫୦ରୁ ଅଧିକ ଯାତ୍ରୀ ପ୍ରାୟ ଘଣ୍ଟାଏ କାଳ ଚିଲିକା ମଝିରେ ଫସି ରହିଥିଲେ। କେବଳ ଯାତ୍ରୀ ନୁହେଁ, ଲଞ୍ଚରେ ଏକାଧିକ ବାଇକ୍ ମଧ୍ୟ ଥିଲା। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ୩ଟି ଡଙ୍ଗା ନେଇ ଚିଲିକା ମଝିକୁ ପହଞ୍ଚିଥିଲେ।
ବହୁ ପରିଶ୍ରମ ପରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ ଘାଟ ନିକଟକୁ ଆଣିବାରେ ସଫଳ ହୋଇଥିଲେ। ଏହି ଘଟଣା ପୁଣି ଥରେ ଚିଲିକାରେ ଚଳାଚଳ କରୁଥିବା ଜଳଯାନର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।