ଓଡ଼ିଆ ନ୍ୟୁଜ୍ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକରେ ସାଂଗଠନିକ ପୁନର୍ଗଠନ କରିଛି ବିଜେଡି। ଯୁବକମାନଙ୍କୁ ନେଇ ନିଜର ରାଜନୈତିକ ଗୋଟିଚାଳନା ଆରମ୍ଭ କରିଦେଇଛି ଦଳ। ଏହାରି ମଧ୍ୟରେ ଭଦ୍ରକ ବିଜୁ ଯୁବ ଜନତା ଦଳର ଉପସଭାପତି ପଦରେ ଯୁବ ସମାଜସେବୀ ରତିକାନ୍ତ ପ୍ରଧାନ(ପିଣ୍ଟୁ)ଙ୍କୁ ଯୁବ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି କରାଯାଇଛି। ଏଥିନେଇ ରତିକାନ୍ତଙ୍କ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି। ସମର୍ଥକମାନେ ରତିକାନ୍ତଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ଉପସଭାପତି ଭାବେ ନିଯୁକ୍ତ ପରେ ରତିକାନ୍ତ କହିଛନ୍ତି ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ ଯୁବକମାନଙ୍କୁ ଏକଜୁଟ କରି ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ କରିବେ। ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାମରେ ଯୁବକମାନଙ୍କର ଅଂଶଗ୍ରହଣକୁ ଅଗ୍ରାଧିକାର ଦେବେ।