ମୁହାଁମୁହିଁ ବାଇକ୍ ଧକ୍କା, ୨ ମୃତ

0

ଓଡ଼ିଆ ନ୍ୟୁଜ୍ : ମୁହାଁମୁହିଁ ବାଇକ୍ ଧକ୍କା, ୨ ମୃତ  ଓ ଜଣେ ଗୁରୁତର ହୋଇଛି। କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହା ଗତକାଲି ବିଳମ୍ବିତ ରାତିର ଘଟଣା।

ମୃତ ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ମାଚରା ନୂଆଗୁଡା ଗାଁର‌େ ବୋଲି ଜଣାଯାଇଛି। ଗୁରୁତରଙ୍କ ଘର କୋରାପୁଟ ସଦର ମହାଦେଇପୁଟ ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଅ‌ାରମ୍ଭ କରିଛି।

Leave A Reply

Your email address will not be published.