ଆଗକୁ ରଥଯାତ୍ରା: ମହାପ୍ରଭୁଙ୍କୁ ଆଳକରି ଟଙ୍କା ମାଗୁଛନ୍ତି ସାଇବର୍‌ ଠକ

0

ଓଡ଼ିଆ ନ୍ୟୁଜ୍ : ପାଖେଇ ଆସୁଛି ରଥଯାତ୍ରୀ। ଏହାରି ମଧ୍ୟରେ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍‌ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି। ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧ ଟଙ୍କା ଦେଲେ ମହାପ୍ରଭୁଙ୍କୁ ତୁଳସୀ ଚଢାଇଦେବୁ କହି ବିଜ୍ଞାପନ କରୁଛନ୍ତି।

ନିଜର ନାଁ ଓ ଗୋତ୍ର ସହିତ ଟଙ୍କା ପଠାଇଲେ ତୁଳସୀ ମାଳ ରଥରେ ଦିଅଁଙ୍କ ଉପରେ ଚଢ଼ିବ ଓ ଏହି ପୂଜା ସମୟର ଭିଡିଓକୁ ରେକର୍ଡ କରି ଶ୍ରଦ୍ଧାଳୁଙ୍କ ହ୍ୱାଟସଆପରେ ପଠାଇଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ସେହିପରି, ରଥ ଉପରେ ମହାପ୍ରଭୁ ଥିବା ସମୟରେ ତୁଳସୀ ମାଳ ସହ ହୋମ କରାଯାଏ। ଏହି ହୋମ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏଭଳି ହୋମ କରିବା ପାଇଁ ୫ ହଜାରରୁ ଅଧିକ ଅର୍ଥ ପ୍ରଦାନ କରି ବୁକିଂ କରିବାକୁ କୁହାଯାଉଛି।

ଏହି ହୋମରେ ନିଜେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ ନଚେତ ଘରେ ରହି ମଧ୍ୟ ପୂଜକଙ୍କ ଦ୍ୱାରା କରାଇପାରିବେ । ସେହିପରି ଭକ୍ତଙ୍କୁ ଖାଦ୍ୟ ଦାନ ମହାପୁଣ୍ୟ ବୋଲି କୁହାଯାଇ ଦାନ ମଗାଯାଉଛି। ରଥଯାତ୍ରା ସମୟରେ ବହୁ ଭକ୍ତ ଠିକ୍ ଭାବେ ଖାଦ୍ୟ, ପାନୀୟ ପାଇନଥାନ୍ତି । ତେଣୁ ସେମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଦାନ କରନ୍ତୁ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.