ଆଗାମୀ ୪ ଦିନ ମଧ୍ୟମରୁ ପ୍ରବଳ ବର୍ଷା !

0

ଓଡ଼ିଆ ନ୍ୟୁଜ୍: ଆଗାମୀ ୪ ଦିନ ମଧ୍ୟମରୁ ପ୍ରବଳ ବର୍ଷା ! ଉତ୍ତର ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶା–ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍ଡ୍ ଟୁ ବି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୋମବାର ପ୍ରକାଶିତ ବୁଲେଟିନ୍   କୁହାଯାଇଛି। ସିଇସି ପକ୍ଷରୁ କୁହାଯାଇଛି ଯେ, ଏହାର ପ୍ରଭାବରେ ଜୁଲାଇ ୧୪ରୁ ୧୭ ତାରିଖ ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷକରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଅବବାହିକା ଅଂଚଳରେ ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବରଗଡ଼, କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ବୁଲେଟିନ୍ରେ କୁହାଯାଇଛି । 

Leave A Reply

Your email address will not be published.