ଓଡ଼ିଶା ଦେଇ ଅତିକ୍ରମ କରିବ ଗଭୀର ଅବପାତ

0

ଓଡ଼ିଆ ନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ ରୂପ ନେଇସାରିଲାଣି। ଆଉ ଏହା ସିଧାସଳଖ ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି। ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଗୋଟିଏ ପଟେ ଉପକୂଳକୁ ଛୁଇଁବାକୁ ଥିବା ପବନର ବେଗ ଲୋକଙ୍କ ମନରେ ଛନକା ପୂରାଉଥିବା ବେଳେ, ଅନ୍ୟପଟେ ପ୍ରବଳ ବର୍ଷା ନେଇ ଆସିଛି ବନ୍ୟାର ଆଶଙ୍କା।

ପାଣିପାଗ ବିଭାଗର ତାଜା ବୁଲେଟିନ୍ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ସିଷ୍ଟମ୍ ବର୍ତ୍ତମାନ କ୍ରମାଗତ ଭାବେ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଧୀରେ ଧୀରେ ଏହା ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟର ପାଣିପାଗ ସମ୍ପୂର୍ଣ୍ଣ ବଦଳିଯାଇଛି।

Leave A Reply

Your email address will not be published.