ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଆଗାମୀ ୨୦-୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି, ବିଜେପିକୁ ହରାଇବା ଖୁବ୍ କଠିନ ହୋଇଯିବ ବିରୋଧିଙ୍କୁ । ଏଭଳି ଭବିଷ୍ୟ ଆକଳନ କରିଛନ୍ତି ନିର୍ବାଚନ ରଣନୀତିକାର ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର। ଇଂରାଜୀ ଖବର କାଗଜ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ସହିତ ଆଲୋଚନା ବେଳେ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି । ରାଜନୈତିକ ବିରୋଧିକୁ ଚ୍ୟାଲେଞ୍ଜ ଦିଆଯାଏ ଓ ବିପକ୍ଷରେ କିଭଳି ଯାଇ ହେବ କଂଗ୍ରେସକୁ ବିହାରଠାରୁ ଶିଖିବା ଦରକାର। ପ୍ରଶାନ୍ତ କିଶୋର ନିଜର ଇଣ୍ଟରଭ୍ୟୁରେ କହିଛନ୍ତି, ୧୯୭୭ ସମୟକୁ ଛାଡି ସ୍ବାଧୀନତା ପରେ ୧୯୯୦ ପର୍ୟ୍ୟନ୍ତ କଂଗ୍ରେସ ପାର୍ଟି ହିଁ ଭାରତୀୟ ରାଜନୀତିର କେନ୍ଦ୍ରରେ ରହିଛି। ସେତେବେଳେ ମଧ୍ୟ ଆଜି ଭଳି ପରିବେଶ ଥିଲା। ଆପଣ ସାଙ୍ଗରେ ରୁହନ୍ତୁ କିମ୍ବା ବିପକ୍ଷରେ, ସେତେବେଳେ ରାଜନୀତିର ପ୍ରତି ଦିଗରୁ କଂଗ୍ରେସର ଥିଲା। ସେତେବେଳେ ଅନ୍ୟ କୌଣସି ଦ୍ବିତୀୟ ଦଳ ଟକ୍କର ଦେଇପାରୁନଥିଲା। ଆଜି ଠିକ୍ ସେଭଳି ସ୍ଥିତି ବିଜେପିର ରହିଛି।
ରାଜନୀତି ବିଜେପି ସମର୍ଥନରେ ହେଉ କିମ୍ବା ବିପକ୍ଷରେ ହେଉ, କିନ୍ତୁ କେନ୍ଦ୍ରରେ ବିଜେପି ହିଁ ରହିବ। ପ୍ରଧାନମନ୍ତ୍ରୀ ମୋଦି ବିଜେପିକୁ ଏଭଳି ଏକ ସ୍ଥିତିରେ ପହଁଞ୍ଚାଇ ଦେଇଛନ୍ତି, ଯେଉଁଠି ତାଙ୍କୁ ଚ୍ୟାଲେଞ୍ଜ ଦେବା ସହଜ ନୁହେଁ। ରାଜନୀତିରେ ପ୍ରାସଙ୍ଗିକ ରହିବା ପାଇଁ ଚର୍ଚ୍ଚାରେ ରହିବା ଦରକାର। ତାହା ପଜିଟିଭ ହେଉ କିମ୍ବା ନେଗେଟିଭ। କଂଗ୍ରେସ ଏହି ମାମଲାରେ ପଛୁଆ ରହିଯାଇଛି।