ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମମତା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗରେ ରାଜ୍ୟପାଳ ବନାମ ସରକାର ମାମଲା ଆହୁରି ଗମ୍ଭୀର ହୋଇଛି । ପଶ୍ଚିମବଙ୍ଗ ସରକାର ଏବେ ରାଜ୍ୟପାଳଙ୍କ ଠାରୁ ବିଭିନ୍ନ କ୍ଷମତା ଛଡାଇଆଣି ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେବାକୁ ଚେଷ୍ଟା କରିଛନ୍ତି । ଏହି କ୍ରମରେ ଏବେ ପଶ୍ଚିମବଙ୍ଗ ସରକାରରେ ଶିକ୍ଷାମନ୍ତ୍ରୀ ଥିବା ବ୍ରେଥି ବସୁ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ରାଜ୍ୟ ସରକାର ପ୍ରଦେଶରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ମମତା ବାନାର୍ଜୀଙ୍କୁ ନାମିତ କରିବା ଉପରେ ବିଚାର କରୁଛନ୍ତି । ଏନେଇ ଆଇନଗତ ଧାରା ଉପରେ ବି ଆଲୋଚନା ଚାଲିଥିବା କଥା ସେ କହିଛନ୍ତି ।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିଶ ଧନଖେଡ ରାଜ୍ୟରେ ଥିବା ସମସ୍ତ ଘରୋଇ ବିଶ୍ୱବିଦ୍ୟାଳୟ୍ରର କୁଳପତିଙ୍କ ସହ ଏକ ବୈଠକ ଶୁକ୍ରବାରକୁ ରଖିଥିଲେ । ହେଲେ ଏହି ବୈଠକକୁ କୌଣସି ବିଶ୍ୱବିଦ୍ୟାଳୟର କୁଳପତି ଆସି ନଥିଲେ । ଏହାକୁ ନେଇ ରାଜ୍ୟପାଳ କହିଥିଲେ କି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବେ ଚିନ୍ତାଜନକ ରହିଛି । ରାଜ୍ୟପାଳଙ୍କ ଏଭଳି ଅସନ୍ତୁଷ ପ୍ରକାଶ କରିବାର କିଛି ସମୟ ପରେ ଶିକ୍ଷାମନ୍ତ୍ରୀ ବ୍ରେଥି ବସୁ ଏକ ଭିଡିଓ ଜାରି କରି କହିଛନ୍ତି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିବା ନେଇ ଆଇନଗତ ବିଚାର ବିମର୍ଷ ଚାଲିଛି ।

Leave A Reply

Your email address will not be published.