ଟ୍ୱିଟର ଉପରେ ଲାଗିଲା ୧୫ କୋଟି ଡଲାରର ଜରିମାନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟ୍ୱିଟର ଉପରେ ଲାଗିଛି ୧୫ କୋଟି ଡଲାରର ଜରିମାନା । ଗତ ୬ ବର୍ଷ ଧରି ଟ୍ୱିଟର ବ୍ୟବହାରକାରୀଙ୍କ ଗୋପନିୟତା ରଖିବାରେ ବିଫଳ ହେବାରୁ ନ୍ୟାୟ ମନ୍ତ୍ରାୟ ଏବଂ ଫେଡେରାଲ ବାଣିଜ୍ୟ ଆୟୋଗ କହିଛନ୍ତି ଯେ, ସୋସିଆଲ ମିଡିଆ କମ୍ପାନୀ ଏବେ ୟୁଜର୍ସଙ୍କ ତଥ୍ୟ ସୁରକ୍ଷା କରିବା ପାଇଁ ମାନସଣ୍ଡ ପ୍ରସ୍ତୁତ କରିବ ।

ଜଣେ ଆମେରିକା ଅଧିକାରୀ କହିଛନ୍ତି ଯେ, ଟ୍ୱିଟର୍ ଗୋପନିୟତା ମାମଲାରେ ଲାଗିଥିବା ଆରୋପର ସମାଧାନ ପାଇଁ ଏହି ରାଶି ଦେବାକୁ ସହମତି ପ୍ରକାଶ କରିଛି । ନ୍ୟାୟ ମନ୍ତ୍ରଳାୟ ତଥା ଫେଡେରାଲ ବ୍ୟାପାର ଆୟୋଗ(ଏଫଟିସି)ଆରୋପ ଲଗାଇଥିଲା ଯେ, ଟ୍ୱିଟର ଗୋପନିୟତା ଆଳରେ ୟୁଜର୍ସଙ୍କ ଫୋନ୍ ନମ୍ବର, ଇମେଲ ର ସୂଚନା ବିଜ୍ଞାପନଦାତାଙ୍କୁ ଦେଇ ଟଙ୍କା ରୋଜଗାର କରୁଥିଲା । ତେଣୁ ଟ୍ୱିଟର ୟୁଜର୍ସଙ୍କୁ ଧୋକା ଦେଇ ୨୦୧୧ର ଏଫଟିସି ଆଦେଶର ଉଲଂଘନ କରିଛି ।

ଅମେରିକିୟ ଏଜେନ୍ସି କହିଛନ୍ତି ଟ୍ୱିଟର ମିଥ୍ୟା ଦାବି କରିଥିଲା ଯେ, ସେ ୟୁରୋପିଆନ ୟୁନିଅନ ଏବଂ ସ୍ୱିଜରଲାଣ୍ଡ ସହିତ ଚୁକ୍ତି ସମୟରେ ଆମେରିକାର ଗୋପନିୟ ଚୁକ୍ତିନାମାକୁ ପାଳନ କରିଛି । ଆୟୋଗର ଚେୟାରମ୍ୟାନ୍ ଲୀନା ଖାନ କହିଛନ୍ତି ଯେ ସୁରକ୍ଷା ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିବା ବାହାନାରେ ଟ୍ୱିଟର ବ୍ୟବହାରକାରୀଙ୍କଠାରୁ ତଥ୍ୟ ହାସଲ କରିଛି, କିନ୍ତୁ ଶେଷରେ ଏହି ତଥ୍ୟ ବିଜ୍ଞାପନ ପାଇଁ ଉପଭୋକ୍ତାଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି।

ଆମେରିକାର ଆଟର୍ଣ୍ଣି ଷ୍ଟିଫାନି ହିନ୍ଦ କହିଛନ୍ତି ଯେ ଉପଭୋକ୍ତାମାନେ ଯେଉଁମାନେ ସୋସିଆଲ ମିଡିଆରେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସେୟାର କରନ୍ତି, ବିଜ୍ଞାପନଦାତାଙ୍କୁ ଗ୍ରାହକଙ୍କୁ ଟାର୍ଗେଟ କରିବାରେ ସେହି ସୂଚନା ବ୍ୟବହାର କରାଯାଉଛି କି ନାହିଁ ଜାଣିବାର ଅଧିକାର ଅଛି।

Leave A Reply

Your email address will not be published.