ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ ସୁପର୍ ଫ୍ଲପ୍ ହୋଇଛି। ରିଲିଜ୍ ହେବାକୁ ୯ ଦିନ ବିତିସାରିଥିଲେ ବି ଫିଲ୍ମର ଆୟ ଅତି ନୈରାଶ୍ୟଜନକ ରହିଛି । ସବୁଠୁ ବଡ଼ କଥା ହେଉଛି ଅଷ୍ଟମ ଦିନରେ ଏହି ବଲିଉଡ୍ ଫିଲ୍ମର ପୂରା ଦେଶରେ ମାତ୍ର ୨୦ଟି ଟିକେଟ୍ ବିକ୍ରି ହୋଇଛି । ଆଉ ଏହି ଦିନ ଫିଲ୍ମ କେବଳ ପୂରା ଦେଶରେ ୪୪୨୦ ଟଙ୍କା ଆୟ କରିପାରିଛି । ଯାହାକି ଫିଲ୍ମର ପ୍ରଡ୍ୟୁସରଙ୍କୁ ଏକ ଶକ୍ତ ଧକ୍କା । ପୂର୍ବରୁ କୌଣସି ବି ବଲିଉଡ୍ ଫିଲ୍ମ କ୍ଷେତ୍ରରେ ଏପରି ନିରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ତେବେ ଧାକଡର ଏହି ନିରାଶାଜନକ ପ୍ରଦର୍ଶନ ପରେ କଙ୍ଗନାଙ୍କୁ ଟ୍ରୋଲିଂ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି। କାରଣ ୮୦ରୁ ୯୦ କୋଟି ବଜେଟ୍ ରେ ନିର୍ମାଣ ହୋଇଥିଲେ ଏହି ଫିଲ୍ମ।
ଫିଲ୍ମର ଏପରି ପ୍ରଦର୍ଶନ ଦେଖିବା ପରେ କୌଣସି ବି ଓଟିଟି ପ୍ଲାଟଫର୍ମ ଏବେ ଏହାର ରାଇଟ୍ସ କିଣିବାକୁ ରାଜିନାହାଁନ୍ତି । ଫଳରେ ଫିଲ୍ମ ପ୍ରଡ୍ୟୁସର ଏକ ପ୍ରକାର କ୍ଷତି ସାହିବା ନିଶ୍ଚିତ।