ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଆଧାରକାର୍ଡ: କେନ୍ଦ୍ର ସରକାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ, କେବଳ ଆଧାର କାର୍ଡର ‘ମାସ୍କଡ୍ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି।

ଆଜି ଏକ ‘ପ୍ରେସ୍ ରିଲିଜ୍’ରେ ସରକାର କହିଛନ୍ତି: ଅପବ୍ୟବହାର ହେବାର ଆଶଙ୍କା ଥିବାରୁ କୌଣସି ସଂସ୍ଥାକୁ ଆପଣଙ୍କ ‘ଆଧାର କାର୍ଡ’ର ଜେରକ୍ସ୍ କପି ଦିଅନ୍ତୁ ନାହିଁ। ଏହା ପରିବର୍ତ୍ତେ, ଦୟାକରି ଆପଣଙ୍କ ଆଧାର କାର୍ଡର ‘ଶେଷ ଚାରିଟି ନମ୍ବର’ ଦେଖାଉଥିବା ‘ମାସ୍କଡ୍ ଆଧାର’ ବ୍ୟବହାର କରନ୍ତୁ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଜାରି କରିଥିବା ଉକ୍ତ ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ହୋଟେଲ୍ ଏବଂ ସିନେମା ହଲ୍ ଭଳି ଘରୋଇ ସଂସ୍ଥାନଗୁଡ଼ିକୁ ଆଧାର କାର୍ଡର କପି ସଂଗ୍ରହ କରିବା ଅଥବ ରଖିବାକୁ ଅନୁମତି ଦିଆଯାଇ ନାହିଁ।

କେବଳ ‘ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ’ରୁ ‘ୟୁଜର୍ସ ଲାଇସେନ୍ସ୍’ ପ୍ରାପ୍ତ ସଂସ୍ଥାନଗୁଡ଼ିକ କୌଣସି ବ୍ୟକ୍ତିଙ୍କର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି। ତେଣୁ, ଆଧାର କାର୍ଡ ସେୟାର୍ କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍ସ୍’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି।

 

Leave A Reply

Your email address will not be published.