ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆୟୁଷ ଆଉ ମାତ୍ର ୩ ବର୍ଷ । କ୍ୟାନସର ଯୋଗୁଁ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା । ଏହାର ଚିକିତ୍ସା ଜଟିଳ ହୋଇଥିବାରୁ ପୁଟିନ୍ ଅତିବେଶିରେ ଆଉ ୩ ବର୍ଷ ବଞ୍ଚି ପାରିବେ ବୋଲି ଡାକ୍ତରୀ ଟିମ୍ କହୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ପୂର୍ବତନ ଏଜେଣ୍ଟ ବୋରିସ୍ କାର୍ପିଚକୋଭ୍ କହିଛନ୍ତି, କ୍ୟାନସର ବଢୁଥିବାରୁ ଏହାର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ପଡୁଛି । ପୁଟିନଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି । କିନ୍ତୁ ପୁଟିନ୍ ନିଜକୁ ଦୁର୍ବଳ ବୋଲି ସ୍ୱୀକାର ନକରିବାକୁ ଚଷମା ପିନ୍ଧିବାକୁ ମନା କରିଦେଇଥିବା ଜଣାପଡ଼ିଛି । ହେଲେ ତାଙ୍କ ପାଖେ ପାଖେ ସୁରକ୍ଷାକର୍ମୀ ଓ ଡାକ୍ତରମାନେ ରହୁଛନ୍ତି ।
ୟୁକ୍ରେନର ପ୍ରତିରକ୍ଷା ଅଧିକାରୀ ମଧ୍ୟ ପୁଟିନଙ୍କ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଥିଲେ । ମେ’ ୯ ତାରିଖରେ ରୁଷର ବିଜୟ ଦିବସ ପାଳନ ବେଳେ ପୁଟିନ୍ ଦୁର୍ବଳ ଜଣା ପଡ଼ୁଥିଲେ ।