ମୁମ୍ବାଇ(ଓଡ଼ିଆ ନ୍ୟୁଜ୍): ବଲିଉଡର ଷ୍ଟାର ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ କରିଛନ୍ତି। ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏ ଦୁଇ ଷ୍ଟାର ଏକାଠି ଦେଖିବାକୁ ମିଳିବ। ଫ୍ୟାନ୍ସ ବି ଉଭୟଙ୍କୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏକ ଭିଡିଓରେ ଦେଖିବାକୁ ମିଳିଛି ରଣବୀରଙ୍କୁ ଧରି ଖୁବ୍ ଜୋରରେ କାନ୍ଦୁଥିଲେ ଆଲିଆ । ଯାହା ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେଉଛି ।ଏହି ଭିଡିଓ ପ୍ରକୃତରେ ଆୟାନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟିଜର । ଏହି ଭିଡିଓରେ ଆଲିଆ ଭଟ୍ଟଙ୍କ ଚରିତ୍ର ‘ଇଶା’ ରଣବୀର କପୁରଙ୍କ ଚରିତ୍ର ‘ଶିବା’କୁ ଧରି କାନ୍ଦୁଛି । ସେହି ସମୟରେ ସେ ବହୁତ ଚିନ୍ତିତ ଥିବା ମଧ୍ୟ ଦେଖାଯାଉଛି । ଫିଲ୍ମର ଟିଜରରେ ରଣବୀର ଏବଂ ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟଙ୍କ ଚରିତ୍ରର ଝଲକ ମଧ୍ୟ ଦେଖିବାକୁ ମିଳିଛି