ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା | ସୂଚନାଯୋଗ୍ୟ, ବିଗତ ଦିନରେ କାହାର ପ୍ରବୋଚନା ପଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ କରାଯାଇଥିଲା |

ଏହାର ପ୍ରତିବାଦରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା | ଏ ନେଇ ରାଇରଙ୍ଗପୁର ସହରସ୍ତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା | ଫଳସ୍ବରୂପ, ଗାଡିମଟର ଓ ଦୋକାନବଜାର ବନ୍ଦ ଦେଖାଯାଇଥିଲା | ରାଇରଙ୍ଗପୁର ସହରସ୍ତ ରାସ୍ତାଘାଟ ଚକାଜାମ ପରିଲକ୍ଷିତ ହୋଇଥିଲା | ରାଇରଙ୍ଗପୁର ସହରସ୍ତ କେନ୍ଦ୍ରସ୍ତଳୀ ବଜାର ଗୋଲେଇ ଛକ ଠାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀମାନେ ରାସ୍ତାରୋକ କରିଥିଲେ | ସେମାନେ ନାନା ବିରୋଧାତ୍ମକ ସ୍ଲୋଗାନ ଦେଇ କହିଥିଲେ ଆମର ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଦିଆଯାଉ, କେନ୍ଦ୍ର ସରକାର ହାୟ ହାୟ, ଝାଡଖଣ୍ଡକର୍ମୀ ଓ ନେତା ଉପରେ ଜୋରଜୁଲୁମ ଓ ଅତ୍ୟାଚାର ଚଳିବ ନାହିଁ |

ଏଥିରେ ମୁଖ୍ୟତଃ ଭାବେ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ,ସଂଗଠନ ସଂପାଦକ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଂପାଦକ ଘନଶ୍ୟାମ ପିଙ୍ଗୁଆ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଭୂବନ ଟୁଡୁ, ଜିଲ୍ଲା ସଂଖ୍ୟାଲଘୁ ସଂପାଦକ ସେକ ମହମ୍ମଦ ସାନୁୱାର, ସେକ ଜାହାଙ୍ଗିର ତଥା କାର୍ଯ୍ୟକାରୀ ସଦସ୍ୟଗଣ କାଳୀଚରଣ ଟୁଡୁ, ପୂର୍ଣ୍ଣଚନ୍ଦ୍ର ଟୁଡୁ, ସନାତନ ମୁଣ୍ଡା, ଚନ୍ଦ୍ରମୋହନ ପିଙ୍ଗୁଆ, ଉଦୟନାଥ କିସ୍କୁ, ଧୀରେନ୍ଦ୍ରନାଥ ମାର୍ଣ୍ଡି ପ୍ରମୁଖ ନେତୃତ୍ବ ନେଇଥିଲେ | ଏଥିସହିତ ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ଯୋଗ ଦେଇଥିଲେ | ଏହାପରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ବସିଥିଲା | ଆଗାମୀ ଦିନରେ ଦଳକୁ ଅଧିକ ମଜବୁତ ଓ ରଣକୌଶଳ କରିବା ପାଇଁ ମତାମତ ଜାହିର କରିଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.