ବ୍ୟାଡମିନଟନ ଚମ୍ପିୟାନସିପ୍ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ୟାଡମିନଟନ ଚମ୍ପିୟାନସିପ୍ ଉଦଘାଟିତ | ରାଇରଙ୍ଗପୁର ସହରସ୍ତ କଚେରୀ ପଡିଆ ଠାରେ ଥିବା ଇନଡୋର ଷ୍ଟାଡିୟମ ଠାରେ ୟୁନିଟି କ୍ଲବ ଆନୁକୂଲ୍ୟରେ ଆଜି ବ୍ୟାଡମିନଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି |

ଏହା ଆଜି ଠାରୁ ଆରମ୍ଭ ହୋଇ ୪ ତାରିଖ ଉଦଯାପିତ ହେବ | ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ ଓ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଯୋଗ ଦେଇ ଆନୁଷ୍ଠାନିକ କାର୍ଯ୍ୟକ୍ରମ କୁ ଫିତାକାଟି ଉଦଘାଟନ କରିଥିଲେ | ଏଥିରେ ରାଇରଙ୍ଗପୁର ଉପଖଣ୍ଡର ପାଖାପାଖି ଅଞ୍ଚଳରୁ ୬ ଟି ଦଳ ଅଂଶଗ୍ରହଣ କରିଥିଲେ | ସେମାନେ ହେଲେ ଏଭେନଜରସ୍ , ଲାଓନ ସ୍ମାଶରସ୍ , ଶିମିଳିପାଳ ଟାଇଗରସ୍ , ରୁଚି ବ୍ୟାଡମିନଟନ କ୍ଲବ, ମାଇଣ୍ଡ ସିପ୍ଟ ଓ କିଙ୍ଗି ଓଡି ବିଡିଏମ ଅନ୍ୟତମ |

ଏଥିରେ କମିଟୀ ସଭ୍ୟ ଭାବେ ସିଦ୍ଧାର୍ଥ ପାଲ, ଅଶୋକ ଜେନା, ପ୍ରଦୀପ କୁମାର ସାହୁ, ଶିବାଶିଷ ସାହୁ ଓ ବିଜନ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ରେଫରି ଭାବେ ସୁଦୂର ବାଲେଶ୍ବର ରୁ ସୋମନାଥ ବାରିକ ଓ ଜନ୍ମୋଜୟ ବେହେରା ଯୋଗ ଦେଇଥିଲେ | ଏହି କ୍ରୀଡା ଦେଖିବା ପାଇଁ ସ୍ଥାନୀୟ କ୍ରୀଡା ପ୍ରେମୀମାନେ ଭିଡ କରିଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.