ନମ୍ବର ୱାନ ପଞ୍ଚାୟତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନମ୍ବର ୱାନ ପଞ୍ଚାୟତ । କଟକ ଜିଲ୍ଲା ରେ ୩୭୩ ଗୋଟି ପଞ୍ଚାୟତ ରହିଛି ।ଏଥିରୁ କଟକ ଜିଲ୍ଲା ସାଲେପୁର ବ୍ଲକରେ ୩୫ଟି ପଞ୍ଚାୟତ ରହିଛି । ସବୁ ପଞ୍ଚାୟତ ମଧ୍ୟରୁ ସୁଧଖଣ୍ଡ ପଞ୍ଚାୟତ ଆଜି ୧ନଂ ସ୍ଥାନ ଗ୍ରହଣ କରିଛି ରାଜ୍ୟ ସ୍ତରରେ ।

ଏହି ପଞ୍ଚାୟତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ୧ନଂ ମାନ୍ୟତା ପାଇଲା ପରେ ସୁଧଖଣ୍ଡ ପଞ୍ଚାୟତ ଖୁସୀର ଲହରୀ ଖେଳି ଯାଇଛି ।ସରପଞ୍ଚ ଚୌଧୁରୀ ପ୍ରମୋଦ କୁମାର ରାଉତରାୟ ଓ ପଞ୍ଚାୟତବାସୀଙ୍କ ସାହାଯ୍ୟ ସହଯୋଗ ରେ ଏହା ସମ୍ଭବ ହୋଇପାରିଛି ।

ଆଜି ଏହି ଖୁସି କୁ ନିଜେ ସରପଞ୍ଚ ଓ ସମିତିସଭ୍ୟ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ସବୁ ପଞ୍ଚାୟତ ବାସୀ ବାମ ଫୁଟାଇ ,ନାଚ ଗୀତ ମାଧ୍ୟମ ରେ ଖୁସି ମନାଇଥିଲେ ।ଚୌଧୁରୀ ପ୍ରମୋଦ କୁମାର ରାଉତରାୟ ଏହି ସଫଳତାକୁ ସମସ୍ତ ପଞ୍ଚାୟତ ବାସୀ ଙ୍କୁ ଦେଇଥିଲେ ।

Leave A Reply

Your email address will not be published.