ରାସ୍ତା ନାହିଁ ତ ଭୋଟ ନାହିଁ; ଅଭିନଵ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାସ୍ତା ନାହିଁ ତ ଭୋଟ ନାହିଁ ଏମିତି ଅଭିନଵ ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ଗାଁ ମୁଣ୍ଡରେ ବ୍ୟାନର ଟାଙ୍ଗୀ ରାସ୍ତା ପାଇଁ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପ୍ରତିବାଦ କରିଛନ୍ତି l ଦୀର୍ଘ ଦିନ ହେବ ଭଲ ରାସ୍ତା ଟିଏ ନଥିବା କାରଣରୁ ଗମନା ଗମନ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ୨୦ ରୁ ଉର୍ଦ୍ଧ ପରିବାର l ଜରୁରୀ କାଳୀନ ସମୟ ରେ ଏହି ସାହିକୁ ଆସିପାରିନଥାଏ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି l ପ୍ରଶାସନ କୁ ବାରମ୍ବାର ଅବଗତ କରିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁ ନାହିଁ l ଶେଷରେ ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ମାନେ ଏଥର ଭୋଟ ବର୍ଜନ କରିବେ l

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ପଞ୍ଚାୟତ ବୋଧସାରା ଗ୍ରାମ ୫ ନମ୍ବର ୱାର୍ଡରେ l ଏହି ୱାର୍ଡର ବାରିକ ସାହିରେ ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଲୋକ ବସ ବାସ କରିଥାନ୍ତି କିନ୍ତୁ ଏହି ସାହି କି ଭଲ ରାସ୍ତା ଖଣ୍ଡେ ନାହିଁ l ବର୍ଷା ଦିନ ରେ ଯିବା ଆସିବା ବଡ଼ କଷ୍ଟ ହୋଇଥାଏ l ଲୋକ ମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ବ କରି ସ୍ଥାନୀୟ ପ୍ରତିନିଧି ମାନଂକୁ ବାରମ୍ବାର ନିବେଦନ କରିବା ପରେ ବି ରାସ୍ତା ଟିଏ ହୋଇ ପାରିଲା ନାହିଁ l ସେଥିପାଇଁ ଗ୍ରାମବାସୀ ମାନେ ସଂକଳ୍ପ ନେଇଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଯଦି ରାସ୍ତା କାର୍ଯ୍ୟ ନ ହୁଏ ତାହା ହେଲେ ଏଥର ଭୋଟ ବର୍ଜନ କରିବେ l ଭୋଟ ବୁଥ୍ କୁ ଯିବେ ନାହିଁ କି ଭୋଟ ଦେବେନାହିଁ ବୋଲି କହିଛନ୍ତି ଗ୍ରାମବାସୀ l

ସରକାର ଗମନା ଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରୁଥିବା ବେଳେ ଗ୍ରାମାଞ୍ଚଳରେ ତାହା କେତେ ଫଳପ୍ରଦ ହେଉଛି ତାହା ଏହି ବାସ୍ତବଚିତ୍ର ରୁ ଆପଣ ଅନୁମାନ କରିପାରୁଥିବେ l ଏହି ଗ୍ରାମ କୁ ଜରୁରୀ କାଳୀନ ଗାଡି ଆସିବା ବଡ଼ କଷ୍ଟ ହୁଏ l ବର୍ଷା ଦିନେ ଏହି ରାସ୍ତାରେ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଅମଙ୍ଗ ହେଉଥିବା ବେଳେ ଅଣ ଓସାରିଆ ରାସ୍ତାରେ ଯିବା ଆସିବା ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ଏହି ବାବଦରେ ଆମେ ବିଭାଗୀୟ ଅଧିକାରୀ ଙ୍କ ସହ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ l

Leave A Reply

Your email address will not be published.