ବାଟବଣା ହୋଇଛି ଏବେ ବସୁଧା ଯୋଜନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଟ ବଣା ହେଉଛି ବସୁଧା ଯୋଜନା। ପ୍ରାୟ କୋଟିଏ ଟଙ୍କାର ସରକାରୀ ପ୍ରକଳ୍ପ ଏବେ ଦିଗହରା। କଟକ ସହର ଉପକଣ୍ଠ ଉରାଳି ଗ୍ରାମ ପଞ୍ଚାୟତର ବସୁଧା ଯୋଜନା କଥା। ପ୍ରାୟ କୋଟିଏ ଟଙ୍କା ବ୍ୟୟ ଅଟକଳ ରେ, ଆଜିକୁ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଉଚ୍ଚ ପାଣି ଟାଙ୍କିଟି ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଛି।

ସ୍ଥାନୀୟ ଅଞ୍ଚଳ ବାସୀଙ୍କ କହିବାନୁଯାୟୀ କାମ ନେଇଥିବା ସମ୍ପୃକ୍ତ ଠିକାଦାର ଓ ତାଙ୍କ ଲୋକ ମାନେ ଏଠାକାର ଶ୍ରମିକ ଓ ଦୋକାନୀ ମାନଙ୍କର ବକେୟା ଟଙ୍କା ନଦେଇ କାମ ଅଧା ରଖି ଆଉ ଧରା ଛୁଆଁ ଦେଉ ନାହାନ୍ତି, ଯାହାଦ୍ୱାରା ପାଣି ଟାଙ୍କି ନିର୍ମାଣ କାମ ଉପରେ ଅନିଶ୍ଚିତତା ଦେଖା ଦେଇଛି।ସତ୍ୟାସତ୍ୟ ଜାଣିବାକୁ ଆମେ କଟକ ସଦର ବିଡ଼ିଓ ଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫେବୃଆରୀ ୬ ତାରିଖ ଯାଏ ଭୁବନେଶ୍ୱର ରେ ରହିବେ ବୋଲି କହିଲେ। ପରେ ସମ୍ପୃକ୍ତ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେମାନେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ହେଁ ଖୁବ ଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶୃତି ଦେଇଥିଲେ।

ତେବେ ସେ ଯାହା ହେଉ ନାଁ କାହିଁକି ସରକାର, ଗୋଟେ ପଟେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ଯିବାର ଡେଙ୍ଗୁରା ପିଟୁଥିବା ବେଳେ ଅନ୍ୟପଟେ ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି କଟକ ସହରର ଅନତି ଦୂର ଉରାଳି ଗ୍ରାମରେ। ଯଦି 5-T ସରକାର ଙ୍କ କାମ କଟକ ରେ ଏମିତି ତେବେ ଅନ୍ୟ ଉପାନ୍ତ ଜିଲ୍ଲା ରେ କେମିତି ହୋଉ ଥିବ ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.