ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି। ଘରେ କେହି ନ ଥିବା ସୁଯୋଗ ନେଇ ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଓ ଆସବାବପତ୍ର ଲୁଟି ନେଲେ ଦୁର୍ବୃତ୍ତ।

ଥାନାରେ ଅଭିଯୋଗ ପରେ ପୋଲିସ ର ତଦନ୍ତ ଆରମ୍ଭ।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳ କଣ୍ଠିଆଟିକର ଗାଁର ଗୌରହରି ବିଶ୍ଵାଳ ନିଜ ଝିଅଘର ରାଉଲକେଲା କୁ ବୁଲିବାକୁ ଯାଇଥିଲେ।ଏହି ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ଘରଭିତରୁ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଓ ବହୁ ଦରକାରୀ ଜିନିଷ ଚୋରି କରି ନେଇଛନ୍ତି।

ଆଜି ସକାଳେ ପଡୋଶି ଦେଖିବା ପରେ ଗୌରହରି ଙ୍କ ବଡ ଭାଇ ଙ୍କୁ ଜଣାଇଥିଲେ।ପରେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ବାରମ୍ବାର ଏ ଅଞ୍ଚଳରେ ଚୋରି ହେଉଥିବାରୁ ଚୋରଙ୍କୁ ଧରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ସାଧାରଣ ଲୋକେ।

Leave A Reply

Your email address will not be published.