ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର। ପୋଖରୀ ରୁ ନିଖୋଜ ମହିଳା ଙ୍କ ମୃତଦେହ ଉଦ୍ଧାର। ଦମକଳ ବାହିନୀ ଦ୍ଵାରା ଆଜି ସକାଳୁ ପୋଖରୀରୂ ନିଖୋଜ ମହିଳା ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଵଙ୍ଗାଳପୁର ଗ୍ରାମ ରେ ଥିବା ଏକ ପୋଖରୀରୁ ଗେଣ୍ଡା ନେବା ପାଇଁ ମୟୂରଭଞ୍ଜ ଜିଲ୍ଲା ଵୈଶିଙ୍ଗା ଥାନା ଟିକିରିଆ ଗ୍ରାମ ରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଆସିଥିଲେ । ମହିଳା ଜଣ ଙ୍କ ପୋଖରୀରୁ ଗେଣ୍ଡା ସଂଗ୍ରହ କରୁଥିଲା ବେଳେ ପୋଖରୀ ପାଣି ରେ ବୁଡିଯାଇଥିଲେ।ବହୁ ଖୋଜାଖୋଜି ପରେ ନ ମିଳିବାରୁ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା।

ଅଡା ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଁଚି ନିଖୋଜ ମହିଳାଙ୍କୁ ପୋଖରୀ ଭିତରେ ଖୋଜାଖୋଜି କରି ମୃତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ।ମୃତା ମହିଳାଙ୍କ ନାମ ରୁକ୍ମଣୀ ମୁର୍ମୁ ବୋଲି ଜଣାପଡିଛି।ସିମୁଳିଆ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

Leave A Reply

Your email address will not be published.