ଯୁବକଙ୍କ ବେକ କାଟି ଦୁର୍ବୃତ୍ତ ଫେରାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁବକଙ୍କ ବେକ କାଟି ଦୁର୍ବୃତ୍ତ ଫେରାର।ବାଲେଶ୍ୱର ବାଲିଘାଟ ରାସ୍ତା ନିକଟ ସିନ୍ଧିଆ ରାସ୍ତାରେ ଘଟିଛି ଏଭଳି ଘଟଣା। ଯୁବକ ଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରାଇଥିବା ଜଣାଯାଇଛି।

ଗୁରୁତର ଯୁବକ ହେଉଛନ୍ତି କେଶରପୁର ଅଞ୍ଚଳର ଦୁର୍ଗାଚରଣ ଦାସ।ସୂଚନା ଅନୁସାରେ ଦୂର୍ଗାଚରଣ ରାସ୍ତାରେ ଯାଉଥିଲା ବେଳେ ଜଣେ ଦୁର୍ବୃତ୍ତ ହଠାତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୂର୍ଗାଚରଣଙ୍କ ବେକକୁ କାଟି ଦେଇ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।ତାଙ୍କୁ କିଏ ଓ କାହିଁକି ଏଭଳି ଆକ୍ରମଣ କରି ବେକ କାଟିଲା ତାହା ଅସ୍ପଷ୍ଟ ରହିଛି।

ତେବେ ଏହା ପୂର୍ବ ଶତ୍ରୁତା ରୁ ଏଭଳି ହୋଇଥିବା କିଛି ଲୋକ କହୁଥିବା ବେଳେ ପୋଲିସ ଅଧିକ ତଦନ୍ତ ପରେ ସତ୍ୟାସତ ସ୍ପଷ୍ଟ ହେବ ବୋଲି ଜଣାପଡିଛି।ପୋଲିସ ଘଟଣାର ତଦନ୍ତ କରୁଥିଲା ବେଳେ ଗୁରୁତର ଦୂର୍ଗାଚରଣ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.