ବାଲେଶ୍ବରରେ ରାଜ୍ୟପାଳ ରଘୁବର ଦାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବରରେ ରାଜ୍ୟପାଳ ରଘୁବର ଦାସ। ବାଲେଶ୍ୱରରେ ମହାମହିମ ରାଜ୍ୟପାଳ ରଘୁବର ଦାସ।ଆଜି ରାଜ୍ୟପାଳଙ୍କ ବାଲେଶ୍ୱର ଗସ୍ତରେ ସ୍ଥାନୀୟ ପୋଲିସ ଲାଇନ ପଡିଆରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ରେମୁଣା ର ବଡଘାହି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ।ସେଠାରେ ଅଙ୍ଗନବାଡି ଦିଦି ତଥା ପିଲାମାନଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ପରେ ପରେ ବାଲେଶ୍ୱରର ପ୍ରସିଦ୍ଧ କ୍ଷୀରଚୋରା ଗୋପିନାଥ ଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ପରେ ରେମୁଣା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ମିନତୀ ମଣ୍ଡଳଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଦୃଷ୍ଟି ଶକ୍ତିନଥିବା ଅନ୍ନପୂର୍ଣ୍ଣା ପାତ୍ର ଏବଂ ତାଙ୍କ ଚାଳଘର ଉପରେ ନଜର ପଡିଥିଲା । ଅନ୍ନପୂର୍ଣ୍ଣାଙ୍କ ଘରକୁ ଯାଇଥିଲେ ମହାମହିମ ।

ପରେ ଗାଁରେ ଥିବା ସ୍କୁଲକୁ ଯିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ । ଶେଷରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ଫସଲବୀମା ଯୋଜାନର ସମୀକ୍ଷା କରିବା ସହ ଅର୍ଗାନିକ ଚାଷ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.