6ଫୁଟ ଲମ୍ବର ଏକ ବିଷାକ୍ତ ସାପ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁମକା ଚକ୍ଷୁ ହସ୍ପିଟାଲ ନିକଟରୁ 6 ଫୁଟ ଲମ୍ବର ଏକ ବିଷାକ୍ତ ସାପ ଉଦ୍ଧାର| ଆଜି ସକାଳ ପ୍ରାୟ ୮ ଟା ସମୟ ହେବ ସକାଳର ଶୀତୁଆ ଖରା ଖାଇବା ପାଇଁ 6 ଫୁଟ ଲମ୍ବର ଏକ ବିଷାକ୍ତ ସାପ ନିଜ ଗାତ ରୁ ବାହାରି ଥିଲା |

ଗରାପୁର ଛକ ନିକଟରେ ଥିବା ଭୂମିକା ଚକ୍ଷୁ ହସ୍ପିଟାଲ ପଛପଟ ଗେଟ ପାଖରେ ବୁଲୁଥିବା ହସ୍ପିଟାଲର ଜଣେ କର୍ମଚାରୀ ଦେଖି ଚିତ୍କାର କରିଉଠିଥିଲେ | ଏହି ଚିତ୍କାର ଶୁଣି ନିକଟରେ ଥିବା ଦୋକାନୀ ଓ ହସ୍ପିଟାଲରେ ଥିବା ଲୋକମାନେ ସାପଟିକୁ ଦେଖିବାପାଇଁ ଭିଡ଼ ଲଗାଇଥିଲେ  | ତେବେ ହସ୍ପିଟାଲ କର୍ମକର୍ତା ସ୍ନେକ ହେଲ୍ପ ଲାଇନକୁ ଫୋନ କରି ଡକାଇଥିଲେ |

ଫୋନପାଇ ସ୍ନେକ ହେଲ୍ପ ଲାଇନ କର୍ମକର୍ତା ଘଟଣା ସ୍ଥଳରେ ପଂହଁଞ୍ଚି ସାପଟିକୁ ଉଦ୍ଧାରକାରୀ ନେଇଯାଇଥିବା ଦୃଶ୍ୟ ସମନ୍ନାକୁ ଆସିଛି  | ଅନ୍ୟପକ୍ଷରେ ଗୋଟିଏ ସାପକୁ ଉଦ୍ଧାର ଜରାଗଲା ହେଲେ ଏହାର ଯୋଡି ନିଶ୍ଚିତ ଏହି ଜାଗାକୁ ଆସି ଟା ଯୋଡିକୁ ଖୋଜିବ ବୋଲି ସ୍ଥାନୀୟ ଲୋକଙ୍କ ମନରେ ଭୟ ର ବାତାବରଣ ଖେଳିହଇଛି  |

Leave A Reply

Your email address will not be published.