ବନାଗ୍ନୀ ରୋକିବାକୁ ଦିନିକିଆ ସଚେତନ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜନଗର ବ୍ଲକ ଗୁପ୍ତିସ୍ଥିତ ଫରେଷ୍ଟ ରେସ ହାଉସ ଠାରେ ଜଙ୍ଗଲ ମଧ୍ୟରେ କିପରି ବନାଗ୍ନୀ କୁ କିଭଳି ଆଗକୁ ରୋକଯାଇ ପାରିବ ଏନେଇ ଏକ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |

ତେବେ ଉକ୍ତ ଶିବିର ରେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ ଙ୍କ ପୌରହିତ ରେ ଅନୁଷ୍ଠିତ ବନାଗ୍ନୀ ଶିବିର ରେ ସହକାରୀ ବନ ସଂରକ୍ଷକ ପୁନମ ହୀରା ହାଁସଦା, ଗଗନ ବିହାରୀ ମଲିକ, ଚିତ୍ତ ରଞ୍ଜନ ବେହୁରା, ମାନସ କୁମାର ଦାସ, ଗବେଷକ ପ୍ରଶନ ନାୟକ,ଯୋଗ ଦେଇ ବନାଗ୍ନୀ ର କାରଣ ଓ ନିରାକାରଣ ସମ୍ପର୍କ ରେ ବୁଝାଇଥିଲେ | ତେବେ ଉକ୍ତ କାର୍ଯ୍ୟକ୍ରମରେ ଇ ଡି ସି ସଦସ୍ୟ ଖଗେଶ୍ୱର ଲେଙ୍କା, ଗିରିଶି ନାୟକ, ସାମ୍ବାଦିକ ହିମାଦ୍ରୀ ମାଝୀ, ହିମାଂଶୁ ମହାନ୍ତି, ପ୍ରମୁଖ ବନାଗ୍ନୀ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ |

ସେପଟେ ଆଜିର ଦିନିକିଆ ବନାଗ୍ନୀ ଶିବିରରେ ହେଡକ୍ୱାଟର ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେହୁରା, ସଭାକୁ ଧନ୍ୟବାଦ ଦେଇଥିଲେ | ରେଞ୍ଜ ଅଫିସର ଗହୀରମଥାଆ ପ୍ରଦୋଷ କୁମାର ମହାରଣା, କାର୍ତ୍ତିକେଶ୍ୱର ଖଣ୍ଡେଇ, ଗୁପ୍ତି ସେକ୍ସନ ଫରେଷ୍ଟ ଅଫିସର ବିଭୁତି ଭୂଷଣ ତରାଇ, ଫରେଷ୍ଟ ଗାର୍ଡ ତ୍ରିଦେବ କୁମାର ପ୍ରଧାନ, ରଂଜିତ ରାଉତ, ପ୍ରଫୁଲ୍ଲ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

Leave A Reply

Your email address will not be published.